LADUBABA BILASA
LADUBABA BILASA
BY
DR SURESH CHANDRA BARADA
ନୟାଗଡ଼ ଆସିକା ରାସ୍ତାରେ ନୟାଗଡ଼ଠାରୁ ମାତ୍ର ବାର କିଲୋମିଟର ଦୂରସ୍ଥିତ ଶରଣକୁଳଠାରେ ରାସ୍ତା କଡ଼ରେ ପ୍ରଭୁ ଲଡ଼ୁବାବାଙ୍କର ସୁଦୃଶ୍ୟ ମନ୍ଦିର ଶୋଭା ପାଉଛି। ଭୁବନେଶ୍ୱରଠାରୁ ନୟାଗଡ଼ ରାସ୍ତାରେ ଆସିକା ଠିକ୍ ଏକଶତ କିଲୋମିଟରର ରାସ୍ତା। ବର୍ତ୍ତମାନ ଶରଣକୁଳ କୁହାଯାଉଥିବା ଏହି ଗ୍ରାମର ନାମ ଥିଲା ଆଠପାଟଣା। ଆଠଟି ପାଟଣାର ସମାହାର ଏହି ଗ୍ରାମରେ ଗଜେନ୍ଦ୍ରପୁର ପାଟଣା, ସର୍ବରାପାଟଣା, ଶୋଧନ ପାଟଣା ବା ବଡ଼ପାଟଣା, ଏକ ଚାଳିଆ ପାଟଣା, ଚନ୍ଦ୍ରଶେଖରପୁର ପାଟଣା, ଭଞ୍ଜ ପାଟଣା, ହାଟ ପାଟଣା ଓ କମଳା ଦେଈ ପୁର ପାଟଣା ନାମକ ଆଠଟି ସାହି ଥିଲା। ଗଜେନ୍ଦ୍ରପୁର ପାଟଣାର ବର୍ତ୍ତମାନ ନାମ ପଥୁରିଆ ସାହି ଯେଉଁଠି ଭଣ୍ଡାରୀ ଜାତିର ସେବକମାନେ ରହୁଥିଲେ। ସର୍ବରା ପାଟଣାର ବର୍ତ୍ତମାନ ନାମ ଗୁଡ଼ିଆସାହି ସେଠି ଗୁଡ଼ିଆ ସେବକମାନେ ରହୁଥିଲେ। ସେହିପରି ଗୋଧନ ପାଟଣା ବା ରନି ପାଟଣାର ବର୍ତ୍ତମାନ ନାମ ବଡ଼ସାହି ଓ ସେଠି ମାଳି ସେବକମାନେ ରହୁଥିବା ବେଳେ ଏକଚାଳିଆ ପାଟଣାର ଏବକାର ନାମ ନରେନ୍ଦ୍ରପୁର ରନିସାହି ଯେଉଁଠି ବ୍ୟବସାୟୀ ଜାତିର ସେବକମାନେ ରହୁଥିଲେ ଓ ପ୍ରଭୁଙ୍କ ପାଇଁ ସେମାନେ ମସଲା ଯୋଗାଉଥିଲେ। ଚନ୍ଦ୍ରଶେଖର ପୁର ପାଟଣାର ବର୍ତ୍ତମାନ ନାମ ହଳିଆସାହି ସେଠି ପ୍ରଭୁଙ୍କର ଜମିଚାଷ କରୁଥିବା ହଳିଆମାନେ ରହୁଥିଲେ। ଭଂଜ ବଂଶୀୟ ରାଜାଙ୍କଦ୍ୱାରା ପ୍ରତିଷ୍ଠିତ ଭଞ୍ଜ ପାଟଣାରୁ ବର୍ତ୍ତମାନ ନାମ ଭଂଜସାହି। ହାଟପାଟଣା ଯେଉଁଠି ମାଳୀ ସେବଳମାନେ ରହୁଥିଲେ ତାହାର ବର୍ତ୍ତମାନ ନାମ ଛାମୁସାହି ଏବଂ ବ୍ରାହ୍ମଣ ସେବକମାନେ ରହୁଥିବା କମଳା ଦେଈ ପୁର ପାଟଣାର ବର୍ତ୍ତମାନ ନାମ ସୁଆର ସାହି। ମନ୍ଦିରର ପଛରେ ପଶ୍ଚିମକୁ ଭଣ୍ଡାର ପାହାଡ଼ ରହିଥିବା ବେଳେ ଦକ୍ଷିଣକୁ କୁସୁମୀ ନଦୀ ବହି ଯାଉଛି।
ସେହି ପ୍ରଭୁ ଲଡୁବାବାଙ୍କ ଉପରେ ରଚିତ କାବ୍ୟ ଲଡୁବାବା ବିଳାସ । ତାହାର ରଚନା କରିଛନ୍ତି ଡ. ସୁରେଶ ଚନ୍ଦ୍ର ବରାଡ଼

Comments
Post a Comment